ସକାଳେ ଖୋଲା ଥିଲା, ପରେ ପ୍ରଶାସନ ବନ୍ଦ କଲା
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ରବିବାର ଜନତା କଫ୍ୟୁ ଓ ଲକ୍ ଡାଉନ୍ ପାଇଁ ବନ୍ତ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ମାତ୍ର ସୋମବାର ସକାଳ ଠାରୁ ବନ୍ତ ସମେତ ବିଭିନ୍ନ ପଞ୍ଚାୟତର ବଜାର ଗୁଡିକ ଖୋଲା ଥିବା ଦେଖିବାକୁ ମିଳିଥିଲା । ଏସଂପର୍କରେ ଖବର ପାଇ ବନ୍ତ ତହସିଲଦାର ଇନ୍ଦିରା ସାହୁ ଓ ପୋଲିସ କର୍ମଚାରୀ ମାନେ ବନ୍ତ ବଜାରରେ ପହଞ୍ôଚ ସମସ୍ତ ଦୋକାନ ବଜାରକୁ ବନ୍ଦ କରିବା ପାଇଁ କହିଥିଲେ । ଏଥିସହ ଅନ୍ୟ ସ୍ଥାନରେ ଖୋଲା ଥିବା ଦୋକାନ ଗୁଡିକ ବନ୍ଦ କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଥିବା ଜଣାଯାଇଛି ।