ସକାଳ ଜଳଖିଆ ପାଇଁ ଅନୁପଯୋଗୀ ଖାଦ୍ୟ
ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ । ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ । ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ୱାଦ ଲାଗୁଥିଲେ ମଧ୍ୟ ଶରୀର ପାଇଁ ଆଦୌ ଗ୍ରହଣୀୟ ନୁହେଁ । ସେଥିପାଇଁ ସକାଳର ଖାଦ୍ୟ ଖାଇବାବେଳେ କେତେଗୁଡିଏ ମୁଖ୍ୟ ଖାଦ୍ୟକୁ ସାମିଲ ନ କଲେ ଭଲ ।
-ସକାଳ ଖାଦ୍ୟରେ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଓ ବେକରି ପ୍ରଡକ୍ଟସକୁ ଦୂରେଇ ରଖିବା ଭଲ । କାରଣ ଏଭଳି ଖାଦ୍ୟ ବେଳେବେଳେ ବ୍ଲଡସୁଗାରକୁ ବଢ଼ାଇ ଦେଉଥିବାବେଳେ କେବେ କେବେ ବ୍ଲଡ ସୁଗାରକୁ କମାଇ ଦେଇଥାଏ ।
-ଡବା ବନ୍ଦ ବା ଫ୍ରୋଜନ୍ ଫୁଡ୍କୁ ଜଳଖିଆରେ ସାମିଲ କରିବା ଭଲ ନୁହେଁ । ଘରେ ପ୍ରସ୍ତୁତ ହୋଇଥିବା ସ୍ୟାଣ୍ଡଉଇଚ୍ ଖାଇବା ଭଲ । କାରଣ ଘରେ ଏହା ବିଭିନ୍ନ ପ୍ରକାରର ପରିବାରେ ପ୍ରସ୍ତୁତ କରାଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ତେବେ ସକାଳ ଜଳଖିଆରେ ଅଣ୍ଡା, ମାଂସ, ପନିର ଆଦିକୁ ବାଦ୍ ଦେବା ଭଲ ।


