ସକାଳ ୭ଟା ରୁ ଦିନ୧୨ ଟା ପର୍ଯ୍ୟନ୍ତ ଅସ୍ଥାୟୀ ପନିପରିବା ବଜାର ଖୋଲାଯାଇଛି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପ୍ରଶାସନ ଓ ଏନ୍ ଏ ସି ତରଫରୁ ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ଥିବା ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ବା ଜେଲ ପଡିଆ ଠାରେ ଆଜି ଠାରୁ ସକାଳ ୭ଟା ରୁ ଦିନ୧୨ ଟା ପର୍ଯ୍ୟନ୍ତ ଅସ୍ଥାୟୀ ପନିପରିବା ବଜାର ଖୋଲାଯାଇଛି l ଯାହାଫଳରେ ସେଠାରେ ବିନା କୌଣସି ଟ୍ରାଫିକ ସମସ୍ୟା ରେ ଏବଂ ସୁଲଭ ମୂଲ୍ୟ ରେ ସାମାଜିକ ଦୂରତା ରଖି ଭଞ୍ଜନଗର ଅଧିବାସୀ ନିଜ ନିଜର ଆବଶ୍ୟକତା ଅନୁସାରେ ପନିପରିବା କିଣି ପାରୁଛନ୍ତି କିନ୍ତୁ ପୂର୍ବରୁ ଭଞ୍ଜନଗର ରାସ୍ତା ର ଉଭୟ ପାର୍ଶ୍ୱରେ ପନିପରିବା ଦୋକାନ ଖୋଲାଯାଉଥିଲା ଏବଂ ରାସ୍ତାରେ ପ୍ରବଳ ଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ସହିତ କରୋନା ଭଳି ମାରାତ୍ମକ ମହାମାରି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥିଲା l ତେଣୁ ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟି ରେ ରଖି ଭଞ୍ଜନଗର ପ୍ରଶାସନ ଓ ଏନ୍ ଏ ସି ତରଫରୁ ଏହି ପରି ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ