ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା ଓ ଗବେଷଣା ପ୍ରତିଷ୍ଠାନ ‘ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ’ର ବାର୍ଷିକ ମୁଖପତ୍ର “ଅନ୍ତରୀକ୍ଷ”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଅନୁପାଳନ ପୂର୍ବକ ଟ୍ରଷ୍ଟର ସଭାପତି ଆନନ୍ଦ କୁମାର ମାଇତିଙ୍କ ଆବାହକତ୍ୱରେ ଏବଂ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ବାର୍ଷିକ ମୁଖପତ୍ର ‘ଅନ୍ତରୀକ୍ଷ’ର ସାମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସ୍ୱାଗତ ଭାଷଣ ପ୍ରଦାନ ସହ ବିବରଣୀ ପାଠ କରିଥିଲେ । ଧାନବାଦ ଆଇ.ଆଇ.ଟି.ର ଅଧ୍ୟାପକ ସଂକେତ ନାୟକ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଡକ୍ଟର ଶ୍ରୀଧର ସାମଲ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଉତ୍କଳ ଗ୍ରାମ ସ୍ୱରାଜର ସଭାପତି କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ ସମାଜ ସେବା ମନୁଷ୍ୟ ଚରିତ୍ରର ମାନବୀୟ ବିବେକ ପ୍ରଦାୟକ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ଭାରତୀୟ ସେନାର ପ୍ରାକ୍ତନ ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ସେବା ହିଁ ମଣିଷର ଏକମାତ୍ର ଧର୍ମ । ତାକୁ ଅନୁସରଣ କଲେ ଆତ୍ମାକୁ ସଠିକ୍ ମାର୍ଗର ଠିକଣା ମିଳିଯାଏ ଓ ତାହା ସାହିତ୍ୟାନୁରାଗୀ ପାଇଁ ମଣିଷକୁ ପବର୍ତ୍ତାଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୁଜଙ୍ଗର ସଚିତ୍ର ଦାସ ଓ ଭଦ୍ରକର ପ୍ରଶାନ୍ତ ସେଠୀଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନନ୍ଦ ମାଇତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଦିଲ୍ଲିପ ସାହୁ ସହଯୋଗ କରିଥିଲେ । ଶେଷରେ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ