ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ସକାଶ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାର ସଫଳ ନିରାକରଣ ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଯକ୍ଷ୍ମା ହାରିବ , ଦେଶ ଜିତିବ ଏକ ସଫଳ ଆଭିମୁଖ୍ୟ ନେଇ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶନିବାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୭ତାରିଖ ଠାରୁ ଆସନ୍ତା ବର୍ଷ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୬ଟି ବର୍ଗର ଲୋକଙ୍କ ପାଖରେ ଯକ୍ଷ୍ମା ରୋଗର ଲକ୍ଷଣ ରହିଥିବ ଆଶଙ୍କା ଥାଏ ସେମାନଙ୍କ ଚିହ୍ନଟ ଓ ଚିକିତ୍ସା ଏକ ସଘନ ଅଭିଯାନ ମାଧ୍ୟମରେ କାର୍ଯ୍ୟକାରୀ ହେବ। ୫ ବର୍ଷ ମଧ୍ୟରେ ଯଦି ଯକ୍ଷ୍ମା ସଂକ୍ରମଣ ହୋଇଥିବ, ସମ୍ପର୍କୀୟ କିଏ ଯଦି କେହି ଯକ୍ଷ୍ମା ରୋଗୀ ହୋଇଥିବେ, ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି, ମଧୁମେହରେ ପୀଡ଼ିତ ବ୍ୟକ୍ତି, ୬୦ କିମ୍ୱା ତଦୁର୍ଦ୍ଧ ବୟସର ବ୍ୟକ୍ତି ଓ ଅପପୁଷ୍ଟିର ଶିକାର କିମ୍ୱା ଏଚଆଇଭିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରଯାଇଛି। ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ୧୯ ଟି ଯକ୍ଷ୍ମା ପ୍ରବଣ ଜିଲ୍ଲାରେ ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଚିକିତ୍ସାଧିକାରୀ ପ୍ରମୁଖ ସୂଚନା ଦେଇଛନ୍ତି। ବୈଠକରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସୁବ୍ରତ କୁମାର ବେହେରା, ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସନ୍ତୋଷ ଷଢ଼ଙ୍ଗୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧି, ବିପିଏମ ଶଶାଙ୍କ ଶେଖର ପଣ୍ଡା, ବିନାୟକ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏବଂ ଯକ୍ଷ୍ମା ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ