ସଙ୍କଟରେ ଏୟାର ଇଣ୍ଡିଆ, ସମସ୍ତ ଅଂଶଧନ କୁ ବିକ୍ରି କରିବାକୁ ବିଚାର କରୁଛନ୍ତି କେନ୍ଦ୍ରସରକାର !

( ଯୁଗାବ୍ଦ ନ୍ୟୁଜ୍)ସଙ୍କଟରେ ଚାଲୁଥିବା ସରକାରୀ ଏୟାର ଲାଇନ୍ସ ଏୟାର ଇଣ୍ଡିଆ କୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ନୂଆ ଯୋଜନା ଅନୁସାରେ ଆଂଶିକ ଭାବେ ନୁହେଁ ସମ୍ପୂର୍ଣ୍ଣ ଭାବେ ବିକ୍ରି କରାଯିବ ଏ ବିଷୟରେ ସମସ୍ତ ନିଷ୍ପତ୍ତି ନେବ କେନ୍ଦ୍ର କ୍ୟାବିନେଟ । ନିବେଶ ଓ ସାର୍ବଜନୀନ ସଚିବ ଅତାନୁ ଚକ୍ରବର୍ତ୍ତୀ କହିଛନ୍ତି ଯଦି କମ୍ପାନୀ ସମସ୍ତ ଅଂଶ ଧନ କୁ କିଣିବାକୁ ଚାହିଁବେ ତେବେ କେନ୍ଦ୍ରସରକାର ଙ୍କ ତରଫରୁ ସବୁଜ ସଙ୍କେତ ଦିଆଯିବ । ଏହା ଉପରେ ଶେଷ ନିଷ୍ପତ୍ତି ଛଡା ଯାଇଛି କେନ୍ଦ୍ରସରକାର ଙ୍କ ଉପରେ । ଏହି କମ୍ପାନୀ କୁ ଗତ ବର୍ଷ ବିକ୍ରି କରାଯିବା ପାଇଁସ ଚେଷ୍ଟା କରାଯାଇଥିଲା କିନ୍ତୁ କେନ୍ଦ୍ରସରକାର ଏଥିଲେ ସଫଳ ହୋଇ ନଥିଲେ । ଏୟାର ଇଣ୍ଡିଆ କୁ ବିକ୍ରି କରାଯିବା ପାଇଁ ନୀତି ଆୟୋଗ ପ୍ରସ୍ଥାବ ଦେଇଥିଲା । କିନ୍ତ ୁ ସେ ସମୟରେ ସରକାର ମାତ୍ର ୭୪ ପ୍ରତିଶତ ଅଂଶ ବିକ୍ରି କରିବାକୁ ଚାହିଁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ