ସଙ୍କଟ ମୋଚନ ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ସଙ୍କଟ ମୋଚନ ବୀର ହନୁମାନ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଓ ଶ୍ରୀ ଶ୍ରୀ ଚୈତନ୍ୟ ଠାକୁରଙ୍କ ୨୪ ପ୍ରହର ନାମଯଜ୍ଞ ଅବସରରେ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାଳିପଲ୍ଲୀ ସ୍ଥିତ ରୁଷିକୁଲ୍ୟା ନଦୀ ସଂଯୋଗ ସ୍ଥାନରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ବିଧି ଅନୁଯାୟୀ ପୁଜାର୍ଚ୍ଚନା କରିବା ସହ ବାଦ୍ୟ ବାଜଣା ସହକାରେ ମୁଣ୍ଡରେ ଜଳପୂର୍ଣ୍ଣ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମରେ ପହଂଚିଥିଲେ । ପରେ ନାମଯଜ୍ଞ ର ଶୁଭାଧିବାସ ହେବା ସହ ଗୁରୁବାର ଠାକୁର ବିଗ୍ରହ ପ୍ରତିଷ୍ଠା. ଘୃତ ଯଜ୍ଞ ଓ ଶ୍ରୀ ଶ୍ରୀ ଚୈତନ୍ୟ ଠାକୁରଙ୍କ ଚବିଶି ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୦ ତାରିଖ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୧ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇ ଗୋଟି ରାମାୟଣ ନାଟକ ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ