ସଙ୍କୁରୁରେ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ସଙ୍କୁରୁ ଗ୍ରାମରେ ଶ୍ରୀ ଭାଗବତ ସ୍ୱାମୀ କ୍ରିକେଟ ଟୁର୍ଣାମେଣ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚକୁ ଶନିବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ ବିଧାୟକ ମୁଖ୍ୟ ଅତିଥି ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ,ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ, ବ୍ଲକ ବିଜେଡି ସମ୍ପାଦକ ବିକ୍ରମ କେଶରୀ ଆରୁଖ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ଓ ଗୋଳାବନ୍ଧ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାମଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚ ବି ବ୍ରହ୍ମପୁର ଟିମ ଓ ଘୋଳପୁର ଟିମ ମଧ୍ୟରେ ଅନୁଷ୍ଟିତ ହୋଇଥିଲା। ପ୍ରଥମ ମ୍ୟାଚରେ ବି ବ୍ରହ୍ମପୁର ଟିମ ବିଜୟୀ ହୋଇଥିବା ବେଳେ ସେହି ଟିମର ପପୁ ବେହେରା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଟୁର୍ଣାମେଣ୍ଟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ