ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶନିବାର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆସିକା ସଙ୍କୁଳ ସଂଯୋଜକ ଶରତ ଚନ୍ଦ୍ର ମୁନିଙ୍କ ସଂଯୋଜନାରେ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ଦିପକ କୁମାର ମହାରଣା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠି ଓ ଗଂଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ମଂଚାସିନ ରହି ଜ୍ଞାନ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଆସିକା ସଙ୍କୁଳ ସ୍ତରୀୟ ମେଳାରେ ବହୁ ଶିଶୁ ମନ୍ଦିରର ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିବା ସହ ପ୍ରାୟ ୪ ଶହଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟର ବହୁ ବିଞାନ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ବିଦ୍ୟା ମନ୍ଦିର ପରିସରରେ ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଉତ୍ସବରେ ଅତିଥି ଭାବେ ଆରଏସଏସର ଗଂଜାମ ଜିଲ୍ଲା ସଙ୍ଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ, ଦକ୍ଷିଣ ପୂର୍ବ ସଂଭାଗର ସମ୍ପାଦକ କିରଣ କୁମାର ପାଢି, ସଂଭାଗ ସଦସ୍ୟ ଜ୍ୟୋତି ରଂଜନ ବିଷୋୟୀ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲୋ । ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିକିରି ଶିଶୁ ବିଦ୍ୟା ମନ୍ଦିରର ସହ ପ୍ରଧାନାଚାର୍ଯ୍ୟ ଆଦିତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ଓ ସେବିକା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।\n