ସଙ୍ଗମ ଠାରେ ଆମ ଆଦମି ପାଟିର ବୈଠକ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଙ୍ଗମଠାରେ ଆମ ଆଦମି ପାର୍ଟିିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମଆଦମି ପାର୍ଟିିର ଯୁବ ସଭାପତି ସୁମନ୍ତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହରିହର ଧଳ, ଭଗବାନ ମୁର୍ମୁ, ସଞ୍ଜୟ ମୁର୍ମୁ, ହେମନ୍ତ ଶଙ୍ଖୁଆ, ମୋହନ ବେଶ୍ରା, କମଳ ମୁର୍ମୁ, କୁନା ମୁର୍ମୁ, ଗୁଲିଆ ମାରାଣ୍ଡି, ମାଣିକ ନାଇକ ପ୍ରମୁଖ ଯୋଗଦେଇ ପାର୍ଟିର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟଜଳ, କୃଷି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।