ସଙ୍ଗରୋଧ କେନ୍ଦ୍ରକୁ ଜଗିଛି ପୋଲିସ

ଛତ୍ରପୁର (ଓ୍ବାଇଏନ୍‌ଏସ୍‌): ବସ୍ ଯୋଗେ ଓ ଟ୍ରେନ୍ ଯୋଗେ ପ୍ରବାସୀ ଓଡିଆଙ୍କ ସୁଅ ଛୁଟୁଛି ଗଂଜାମ ଜିଲ୍ଲାକୁ । ଜିଲ୍ଲାର ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ତଥା ଅସ୍ଥାୟୀ ମେଡିକାଲ ଶିବିରରେ ରଖାଯାଇଛି । ଏଯାବତ୍ ଗଂଜାମ ଜିଲ୍ଲାକୁ ୬୦ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆ କେରଳ, ଗୁଜରାଟ୍ , ମହାରାଷ୍ଟ୍ର , ତାମିଲାନାଡୁ ରାଜ୍ୟରୁ ଆସି ପହଞ୍ଚିସାରିଛନ୍ତି । ତେବେ ଗଂଜାମ ଜିଲ୍ଲା ପୁଲିସ ଅଧିନରେ ଥିବା ୧୨୯୫ ଆସ୍ଥାୟୀ ମେଡିକାଲ ଶିବିରରେ ୫୯୫୭୩ପୁରୁଷ ଓ ମହିଳା ପ୍ରବାସୀ ଓଡିଆ ରହୁଥିବାର ଜଣାପଡିଛି । ସଙ୍ଗରୋଧ କେନ୍ଦ୍ରର ନିକଟରେ ସେମାନଙ୍କ ପରିବାରବର୍ଗ ଯେପରି ଭିଡ ନଜମାଇବେ ଓ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ମାନେ କେନ୍ଦ୍ର ବାହାରକୁ ଯେପରି ନଯିବେ ତାକୁ ନିଶ୍ଚିତ କରାଇବା ପାଇଁ ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ସଙ୍ଗରୋଧ କେନ୍ଦ୍ର ନିକଟରେ ୧୪୪ଧାରା ଜାରି କରାଯାଇଛି । ଆଉ ତାକୁ ଦୃଷ୍ଟିରେ ରଖି ପୁଲିସ ବାହିନୀ ପକ୍ଷରୁ ପ୍ରତିଟି କେନ୍ଦ୍ର ସମ୍ମୁଖରେ ଦିନରାତି ପହରା ଦିଆଯାଉଛି ବୋଲି ଗଂଜାମ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ