ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ମାସକ ପରେ ଯୁବତୀଙ୍କ ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବେହେରାଗାଁ ପଞ୍ଚାୟତ ସୁନାପାଙ୍ଗା ଗ୍ରାମର ମନୀତା ମଲିକ(୨୭)ଙ୍କ ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ମାସକ ପରେ ବୁଧବାର ସକାଳେ ମୃତ୍ୟୁ ଘଟିଛି। ବ୍ରାହ୍ମଣପାଦ ସ୍ବାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ସନ୍ତୋଷ କୁମାର ପଟ୍ଟନାୟକ, ଏଲ୍‌ଏଚ୍‌ବି ସରୋଜିନୀ ପ୍ରଧାନ, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ପହଂଚି ଅନୁଧ୍ୟାନ କରିବା ପରେ କୌଣସି କରୋନା ଲକ୍ଷଣ ନଥିବା କହିଛନ୍ତି। ସାହିଭାଇ ନ ଆସିବାରୁ ପରିବାର ଲୋକେ ମୃତଦେହ ସଂସ୍କାର କରିଥିଲେ। ତାଙ୍କ ପରିବାର ସହ କେତେଜଣ ଗ୍ରାମବାସୀଙ୍କର ସ୍ବାବ୍‌ ନମୂନା ସଂଗ୍ରହ କରାଯିବ ବୋଲି ଆୟୁଷ ଡାକ୍ତର ପଟ୍ଟନାୟକ କହିଛନ୍ତି।ପ୍ରକାଶ ଯେ, ଯୁବତୀ ଜଣକ ୨୨ ମେ’ରେ ତାମିଲନାଡୁରୁ ଫେରି ଫୁଲବାଣୀ ନବୋଦୟ ବିଦ୍ୟାଳୟସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୧୪ଦିନ ରହିବା ପରେ ଘରକୁ ଫେରିଥିଲେ। ବୁଧବାର ସକାଳୁ ମା’ଙ୍କ ସହ ଶୌଚ ପାଇଁ ବାହାରକୁ ଯାଇ ଫେରିବା ପରେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଟିକାବାଲି ମେଡିକାଲ ନେବାବେଳେ ବାଟରେ ମୃତ୍ୟୁ ଘଟିଥିଲା। ଘରକୁ ଫେରି ଟିକାବାଲି ପୋଲିସକୁ ତାଙ୍କ ଭାଇ ଜଣାଇବା ପରେ ମୃତଦେହ ସଂସ୍କାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ