ସଙ୍ଗରୋଧ କେନ୍ଦ୍ରରୁ ୭୨ ଜଣ ପ୍ରବାସୀଙ୍କୁ ଅବ୍ୟାହତି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୈଶ୍ବିକ ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି।ଲକ ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ନିଜ ଭିଟା ମାଟିକୁ ଫେରାଇ ଆଣିବା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ପ୍ରବାସୀଙ୍କ ସଙ୍ଗରୋଧ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ଅବଧି ଶେଷ ହେବା ପରେ ସେମାନଙ୍କୁ ସମ୍ମାନର ସହିତ ଅବ୍ୟାହତି ଦିଆଯାଇ ଅବଶିଷ୍ଟ ଦିନ ନିଜ ନିଜ ଗୃହରେ ପୃଥକ ବାସ ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।ଏହି କ୍ରମରେ ସ୍ଥାନୀୟ ବ୍ଲକ ଖରିଡା ପଞ୍ଚାୟତରେ ୧୪ଦିନ ଧରି ସଙ୍ଗରୋଧ କେନ୍ଦ୍ରରେଥିବା ୭୨ଜଣ ଅନ୍ତେବାସୀଙ୍କୁ ରବିବାର ଅବ୍ୟାହତି ମିଳିଛି।ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ର,ସରପଞ୍ଚ ରଘୁନାଥ ବେହେରା, ଜିଆରଏସ ଶ୍ରୀକାନ୍ତ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ସେମାନଙ୍କୁ କରୋନା ନିୟମ ଅନୁଯାୟୀ ପୃଥକ ବାସରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟତଃ ଗୃହରେ ଛୋଟ ଛୋଟ ପିଲା ଏବଂ ୬୦ରୁ ଉର୍ଦ୍ଧ୍ବ ବୟସ୍କ ସଦସ୍ୟଙ୍କ ଠାରୁ ସାମାଜିକ ଦୂରତା ରକ୍ଷା ସହ ସଙ୍ଗରୋଧ କେନ୍ଦ୍ରରେ ଯେପରି ନିୟମ ଅନୁପାଳନ କରୁଥିଲେ ସେହିପରି ଘରେ ପୃଥକ ବାସରେ ରହିବା ପାଇଁ ସଚେତନ କରାଇ ଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସା ପତ୍ର ପ୍ରଦାନ କରା ଯାଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହି ସମୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ଦେବକୀ ସାନବାଇ, ଶିକ୍ଷକ ଉପେନ୍ଦ୍ର ବେହେରା,ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି, ବ୍ଲକ ପ୍ରଶାସନ ତରଫରୁ ସଂପୃକ୍ତ ପଞ୍ଚାୟତରେ ଅତିରିକ୍ତ ନୋଡାଲ ଅଧିକାରୀ ଭାବେ ଶିକିରି ରାଜସ୍ବ ନିରୀକ୍ଷକଙ୍କୁ ନିୟୋଜିତ କରାଯାଇ ଥିଲେ ସୁଦ୍ଧା ବହୁ ଦିନ ଅନୁପସ୍ଥିତ ଥିବା ଜଣାଯାଇଛି। ଏଥିପାଇଁ କୋଭିଡ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ