ସଙ୍ଗରୋଧ କେନ୍ଦ୍ରରେ ବିବାହ, ସରପଞ୍ଚଙ୍କ ନିଆରା ଉଦାହରଣ
କଳାହାଣ୍ଡି, (ୱାଇଏନ୍ଏସ୍ ): ପ୍ରେମ ଚିର ସତ୍ୟ ଜାଣେ ନାହିଁ ଜାତି ବର୍ଣ୍ଣ ଧର୍ମ l ଏହି ପ୍ରେମକୁ ବିବାହ ରୂପ ଦେଇଛନ୍ତି ଜିଲ୍ଲାପାଳ କ୍ଷମତା ପାଇ ଥିବା ଜଣେ ସରପଞ୍ଚ ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ସଙ୍ଗରୋଧ କେନ୍ଦ୍ରରେ। ପେଟ ପାଟଣା ପାଇଁ ଦାଦନ, ପରେ ମହାମାରୀ କରୋନା, ସରକାରଙ୍କ ପକ୍ଷ୍ ରୁ ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବା, ପରେ ସଙ୍ଗରୋଧ କେନ୍ଦ୍ରରେ ପ୍ରେମ ବିବାହ କରି ସୁଖ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରେମୀ ଯୁଗଳ l କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଞ୍ଜି ବାହାଲ ଗ୍ରାମର ରାଜାରାମ ଠାକୁର (୨୨) ସେହି ଗାଁ ର ଦିତ୍ଵୀୟା ଠାକୁର ଦୀର୍ଘ ଦିନ ଧରି ପ୍ରେମ ଚାଲି ଥିଲା ଓ ସେମାନେ ଦୀର୍ଘ ଦିନ ଧରି ପେଟପାଟଣା ପାଇଁ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ରେ ମହାମାରୀ କରୋନା ଲକଡାଉନ ଯୋଗୁଁ ଦୁର୍ଦ୍ଦଶା ଭୋଗୁ ଥିଲେ l ସରକାର ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ପରେ ସରପଞ୍ଚଙ୍କୁ ଜିଲ୍ଲପାଳ କ୍ଷମତା ଦେବା ପରେ ଆଜି ସରପଞ୍ଚ , ପ୍ରଶାସନ ଓ ପରିବାର ସହ ଆଲୋଚନା ପରେ ଉଭୟ ଙ୍କୁ ବିବାହ ବନ୍ଧନ ରେ ବାନ୍ଧି ଥିଲେ l ଉଭୟ ପକ୍ଷରୁ ଚିର ଦିନ ର ସାଥୀ ହେବାର ଶପଥ ନେଇଛନ୍ତି l ନବଦମ୍ପତି ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟ ବାଦ୍ ଦେଇଛନ୍ତି |