ସଙ୍ଗରୋଧ କେନ୍ଦ୍ରରେ ଯୋଗାଭ୍ୟାସ କଲେ ପ୍ରବାସୀ ଓଡିଆ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ଦୈନନ୍ଦିନ ସକାଳେ ଯୋଗାଭ୍ୟାସ କରୁଥିବାର ଦେଖାଯାଇଛି । କରୋନା ଲକ୍ ଡାଉନ୍ ପରିସ୍ଥିତି ବେଳେ ଏହି କେନ୍ଦ୍ରରେ ପ୍ରାୟ ୧୩ ଜଣ ପ୍ରବାସୀ ଓଡିଆ ରହିଛନ୍ତି । ପଞ୍ଚାୟତ ନୋଡାଲ ଅଫିସର ଅନ୍ନପୂର୍ଣ୍ଣା ସାହୁ ଓ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତର ୧୦ ଜଣିଆ କମିଟି ଏସମସ୍ତ ପ୍ରବାସୀ ମାନଙ୍କ ଦାୟୀତ୍ୱ ବୁଝୁଛନ୍ତି । କମିଟିର ସଭ୍ୟ ତଥା ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ ଦୈନନ୍ଦିନ ସକାଳେ ସଙ୍ଗରୋଧ କେନ୍ଦ୍ରରେ ଉପସ୍ଥିତ ହୋଇ ସମସ୍ତ ପ୍ରବାସୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି । ଏହି କେନ୍ଦ୍ରରେ ରହିବା ମଧ୍ୟରେ ଯୋଗାଭ୍ୟାସ କଲେ ଶରୀର ସୁସ୍ଥ ରହିବ ବୋଲି ପ୍ରବାସୀ ମାନେ କହିଛନ୍ତି ।