ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): କରୋନାର ସଫଳ ମୁକାବିଲା ଓ ଓଡିଶା ବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବାହାରେ ଥିବା ପ୍ରବାସୀ ମାନଙ୍କ ଓଡିଶା ଆଗମନ ପରେ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇଛି ।ଏଠାରେ ପ୍ରବାସୀ ମାନେ ୨୧ ଦିନ ପର୍ଯ୍ୟନ୍ତ ରହିବେ ।କରନୋ ବିରୁଦ୍ଧରେ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ନିତ୍ୟାନ୍ତ ଆବଶ୍ୟକ ରହିଛି ।ଏହି ଅବସରରେ
ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଶରତଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଥିବା ଅନ୍ତେବାସୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଯୋଗଶିକ୍ଷା ପ୍ରଦାନ କରାଯାଇଛି ।ଯୋଗ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।ବର୍ତ୍ତମାନ ସ୍ଥିତିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଅପରିହାର୍ଯ୍ୟ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସେମାନଙ୍କୁ କହିଥିଲେ ।ଫଳରେ ସେଠାରେ ଥିବା ୪୭ ଜଣ ଅନ୍ତେବାସୀ ଅତ୍ୟନ୍ତ ଆଗ୍ରହର ସହ ଯୋଗ ଶିକ୍ଷା ଆରମ୍ଭ କରିଛନ୍ତି ।ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଆଶୁତୋଷ ସ୍ୱାଇଁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ