ସଙ୍ଗରୋଧ ପ୍ରବାସୀଙ୍କ ଠାରୁ ଉପହାର ପାଇଲେ ରୋଷେୟା
ବୁଗୁଡା, (ଅନିଲ ମହାରଣା): ନୂତନ ସନ୍ଦେଶ ଓ ଖୁସି ଖବର। ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆମାନେ ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିବା ତିନିଜଣ ମହିଳା ରୋଷେଇଆଙ୍କୁ ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ଉପହାର ଦେଇ ଏକ ନୂତନ ସନ୍ଦେଶ ଦେଇଥିବା ଜଣା ପଡ଼ିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ଥିବା ଦୁଇ ଜଣ ଓ ଜଣେ ଅଙ୍ଗନବାଡି ସହାୟିକା ନମିତା ରାଣୀ ଗୌଡ଼, ସୁମତି ବେହେରା ଓ ତମାଳ ବିଷୋୟୀ ତିନିଜଣ ମିଶି ପ୍ରତିଦିନ ରୋଷେଇ କରି କେନ୍ଦ୍ରର ପ୍ରବାସୀ ଓଡିଆମାନଙ୍କୁ ଖାଦ୍ୟ ମଧ୍ୟ ପରିବେଷଣ କରିଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ଅତିବାହିତ ପରେ ଆସନ୍ତା କାଲି ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିବେ। ପ୍ରବାସୀ ଓଡିଆମାନେ ମହିଳା ରୋଷେଇଆ ତିନି ଜଣଙ୍କ ଉତ୍ତମ ରୋଷେଇ ଓ ପରିବେଷଣ ସହ ଉତ୍ତମ ବ୍ୟବହାର ଯୋଗୁଁ ସେମାନେ ନିଜ ଘରେ ରହିବା ଅନୁଭବ କରିଥିଲେ। ଯାହା ଫଳରେ ପ୍ରବାସୀ ଓଡିଆମାନେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତିନି ଜଣ ମହିଳା ରୋଷେଇଆଙ୍କୁ ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ଉପହାର ପ୍ରଦାନ କରିଥିଲେ। ଏହି ସମୟରେ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ରା ଓ ସ୍କୁଲ ଶିକ୍ଷୟିତ୍ରୀ ଦ୍ବୟ ଉପସ୍ଥିତ ଥିଲେ।