ସଙ୍ଗୀତ ବିଷାରଦ ବାବାଜି ଚରଣ ମହାନ୍ତିଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ସଙ୍ଗୀତ ବିଷାରଦ ବାବାଜି ଚରଣ ମହାନ୍ତି(୭୨)ଙ୍କ ବୁଧବାର ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ ଗତ ୭ବର୍ଷ ହେବ ଡାଇବେଟିସ୍, ବ୍ଲଡ୍ ପ୍ରେସର ଜନିତ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଥିଲେ । ସେ ଏକାଧାରରେ ଜଣେ ତବଲା, ହାରମୋନିୟମ ବାଦକ, କଣ୍ଠ ଶିଳ୍ପୀ ଓ ନୃତ୍ୟ କଳାକର ଏବଂ ନାଟ୍ୟ ନିର୍ଦ୍ଦେଶକ ଥିଲେ । ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ବହୁ ଛାତ୍ରଛାତ୍ରୀ ଆଗଧାଡିର ଅଭିନେତା, ଅଭିନେତ୍ରୀ ହେବାରେ ସଫଳତା ଅର୍ଜ୍ଜନ କରିଛନ୍ତି । ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ଜ୍ୟୋଷ୍ଠ ପୁତ୍ର ଶ୍ରୀଧର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ କଳାକାର ଜଗତର ଅପୂରଣୀୟ କ୍ଷତି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।