ସଙ୍ଗୀତ ଶୁଣନ୍ତୁ, କାର୍ଯ୍ୟଦକ୍ଷତା ବଢ଼ାନ୍ତୁ

ବେଳେବେଳେ କାମ କରି କରି ବିରକ୍ତ ଆସିଯାଏ । କାର୍ଯ୍ୟଦକ୍ଷତା ହ୍ରାସ ପାଏ । କାର୍ଯ୍ୟଦକ୍ଷତା ବୃଦ୍ଧି ଲାଗି ମନୋବିଜ୍ଞାନୀମାନେ ନାନା ମତ ଦେଇଆସିଛନ୍ତି । ୟୁନିଭର୍ସିଟି ଅଫ ୱାଶିଂଟନ୍‌ର ମନୋବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ଯେଉଁମାନେ ଅଧିକାଂଶ ସମୟ ମନ ପସନ୍ଦର ଗୀତ ଶୁଣନ୍ତି ସେମାନଙ୍କ କାର୍ଯଦକ୍ଷତା ସେହି ଅନୁସାରେ ଆହୁରି ସକ୍ରିୟ ରହିଥାଏ । ହେଲେ ଏହି ଗୀତ ଶୁଣିବା ଯେମିତି ମାନସିକତାକୁ ପ୍ରଭାବିତ ନ କରେ ସେଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ମନକୁ ହାଲକା କରିବା ପାଇଁ ଅବସର ସମୟରେ ମନ ପସନ୍ଦର ଗୀତ ଶୁଣିଲେ ତାହା କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ