ସଚିନ୍ ତେନ୍ଦୁଲକରଙ୍କୁ କରୋନା
ମୁମ୍ବାଇ (ୱାଇଏନ୍ଏସ୍): ଭାରତୀୟ କ୍ରିକେଟ୍ ର ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରିଛନ୍ତି । ସଚିନ୍ ଲେଖିଛନ୍ତି- ଆଜି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । କରୋନାକୁ ହରାଇବା ଲାଗି ମୁଁ ଆବଶ୍ୟକୀୟ ସୁରକ୍ଷା ପନ୍ଥା ଆପଣାଇଛି । ମୁଁ ଏବେ ଘରେ କ୍ୱାରେଣ୍ଟାଇନରେ ଅଛି । ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ଔଷଧ ସେବନ କରୁଛି । ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିବା ସଚିନ ସୂଚନା ଦେଇଛନ୍ତି । ଏହି ଅସାଧାରଣ ପରିସ୍ଥିତିରେ ତାଙ୍କ ସହ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସଚିନ ଧନ୍ୟବାଦ ଜଣାଇଛନ୍ତି ।


