ସଚେତନତାର ବାର୍ତ୍ତା ବାଣ୍ଟିଲେ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ଲକ୍ ଡାଉନ୍ ପରିସ୍ଥିତିରେ ରବିବାର ବନ୍ତ ବ୍ଲକର ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ମିଳିତ ହୋଇ ଲୋକ ମାନଙ୍କୁ କରୋନା ସଂପର୍କୀତ ସଚେତନତାର ବାର୍ତ୍ତା ବାଣ୍ଟି ଥିବାର ଦେଖାଯାଇଛି । ବନ୍ତ ସାପ୍ତାହିକ ହାଟ ଠାରେ ଲୋକ ମାନଙ୍କୁ ସଚେତନ କରାଯିବା ନେଇ ସମସ୍ତ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିିନିଧି ମାନେ ହାତରେ ପ୍ଲାକାର୍ଡ ଧରି ଉପସ୍ଥିତ ବ୍ୟବସାୟୀ ଓ ଲୋକ ମାନଙ୍କୁ କରୋନା ସଂପର୍କରେ ସଚେତନ କରାଇଥିଲେ । ଏହି ପ୍ଲାକାର୍ଡରେ ଘରେ ରହିବା, ସୁରକ୍ଷିତ ରହିବା, ମାକ୍ସ ବ୍ୟବହାର କରିବା, ହାତ ଧୋଇବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, କରୋନା ଗୋଷ୍ଠୀ ସଂକ୍ରମଣକୁ ରୋକିବା ଆଦି ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଯାଇଥିବା ଦେଖାଯାଇଥିଲା । କାର୍ଯକ୍ରମରେ ତହସିଲଦାର ଇନ୍ଦିରା ସାହୁ, ଆଇଆଇସି ମିନା ବିନ୍ଧାଣୀ, ଆର୍.ଏମ୍.ସି ଅଧ୍ୟକ୍ଷ ବିଜୟ କୁମାର ଜେନା, ଆର.ଏମ୍.ସି ସମ୍ପାଦକ ବିକାଶ ଚନ୍ଦ୍ର ନାୟକ, ମାର୍କେଟ ସରକାର ମୁକ୍ତିକାନ୍ତ ପରିଡା, ୟାର୍ଡ ମ୍ୟାନ୍ ପଦ୍ମନାଭ ଶିଅଳ, ଜୟଦେବ ମଜୁମଦାର, ଗୟାଧର ବେହେରା, ପଞ୍ଚାନନ ନାୟକ, କଲେକସନ୍ ଏଜେଣ୍ଟ ପଦ୍ମନାଭ ବେହେରା, ସାମ୍ବାଦିକ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ମାର୍କଣ୍ଡ ବେହେରା, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ କର୍ମଚାରୀ ମାନେ ଭାଗ ନେଇଥିଲେ ।