ସଚେତନତା ଅଭାବରୁ ପଲିଥିନ୍ ବ୍ୟବହାର ବୃଦ୍ଧି,

ହିଂଜିଳିକାଟୁ, (ଶେଷଦେବ ସାହୁ): ପଲିଥିନ୍ ଏପରି ଏକ ବସ୍ତୁ ଯାହାର ପୁନଃଚକ୍ରିକରଣ ଘଟିନଥାଏ । ଯଦ୍ୱାରା ଏଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହିଲେ ବି ତାହା ପଚିସଢି ମାଟିରେ ମିଶୁନଥିବାରୁ ଏହାର କୁପ୍ରଭାବ ପରିବେଶ ସନ୍ତୁଳନ ଉପରେ ପଡ଼ିବା ଆରମ୍ଭ ହୋଇଥାଏ । ଏହା ସହ ହୋଟେଲରେ ଜଳକିଆ ପରିବେଷଣ ବେଳେ ନତୁବା ପଲିଥିନ୍ରେ ବଳକା ଥିବା ଖାଦ୍ୟାବଶେଷକୁ ପଲିଥିନ୍ ସହ ରାସ୍ତା କଡ଼ରେ ଫୋପାଡ଼ିଦେଲେ ସେଗୁଡ଼ିକୁ ପଲିଥିନ୍ ସହ ଗାଇ, ବଳଦ, ମଇଁଷି ଭଳି ଅନ୍ୟାନ ତୃଣଭୋଜେି ପଶୁ ଖାଦ୍ୟ ରୂପେ ଗ୍ରହଣ କରିନିଅନ୍ତି । କିନ୍ତୁ ଏଗୁଡ଼ିକ ପଶୁ ମାନଙ୍କପେଟରେ ଜୀର୍ଣ୍ଣ ନହୋଇ ସେମିତି ପଡ଼ି ରହି ପରବର୍ତି ସମୟରେ ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନିଏ । ଏପରି ପଲିଥିନ୍ର ବିଭିନ୍ନ କୁପ୍ରଭାବ ଆଖି ଅଗରେ ରଖି ବିଗତ ଦିନରେ ରାଜ୍ୟର ବିଭିନ୍ନ ପୌରପରିଷଦ ପକ୍ଷରୁ ଏହାକୁ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିଲା । ସହରବାସୀଙ୍କୁ ସୁସ୍ଥ, ନିରାମୟ ଜୀବନଯାପନ ପାଇଁ ଯଦିଓ ପୌରପରିଷଦ ପକ୍ଷରୁ ସମୟେ ସମୟେ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଏ, କିନ୍ତୁ ପରବର୍ତି ସମୟରେ ସଠିକ୍ ରୂପେ କାର୍ଯ୍ୟକାରୀ ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ଲାଗୁ ହୋଇଥିବା ଆଇନର ସଠିକ ସଫଳତା ମିଳିପାରୁନାହିଁ । ବିଗତ ଦିନରେ ‘ ନୋ ହେଲମେଟ- ନୋ ପ୍ରେଟୋଲ’, ସର୍ବସାଧାରଣ ସ୍ଥାନରେ ଧୁମପାନ ନିଷେଧ, ବୁଲା କୁଚକୁର ସ୍ଥାନାନ୍ତରଣ, ରାସ୍ତା ମଝିରେ ଗୃହପାଳିତ ପଶୁ ଛାଡ଼ିବା ନିଷିଧ ଭଳି ବିଭିନ୍ନ ଆଇନ ଯଦିଓ ସମୟେ ସମୟେ ପୌର ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଛି, ତେବେ ପରବର୍ତି ସମୟରେ ସେଗୁଡ଼ିକର କାର୍ଯ୍ୟକାରିତା ପ୍ରତି ଶକ୍ତ ଦୃଷ୍ଟି ଦିଆଯାଉ ନଥିବାରୁ ଏହାର ସୁଫଳ ପୌରାଂଚଳବାସୀ ପାଇବାରୁ ବଂଚିତ ହୋଇଛନ୍ତି । ବିଗତ ଦିନରେ ଯଦିଓ ପୌରପରିଷଦ ପକ୍ଷରୁ କଡ଼ାକଡ଼ି ଭାବରେ ପଲିଥିନ୍ ବ୍ୟବହାର ନିଷିଦ୍ଧ କରାଯାଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ କିଛିଦିନ ଆଖିଦୃଶିଆ ଭାବେ କେତୋଟି ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ପଲିଥିନ୍ ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଇଥିଲା । କିନ୍ତୁ ପଲିଥିନ୍ ଉଭୟ ଗ୍ରାହକ ଓ ବ୍ୟବସାୟୀ ମାନଙ୍କ ନେଣଦେଣ ପାଇଁ ଏକ ସହଜ ମାଧ୍ୟମ ପାଲଟି ଯାଇଥିବାରୁ ଏବଂ ଦୀର୍ଘ ଦିନଧରି ଏକ ଅଭ୍ୟାସଗତ ହୋଇଯାଇଥିବାରୁ ପଲିଥିନ୍ ବ୍ୟବହାର ଅଧ୍ୟାବଧି ନିଷିଦ୍ଧ ହୋଇପାରିନାହିଁ । ପଲିଥିନ୍ ବ୍ୟବହାରର ଭୟାବହତା ଓ ଦୁଷପରିଣାମ ପ୍ରତି ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ସଚେତନତା ସହ ଏଗୁଡ଼ିକର ବ୍ୟବହାର ଉପରେ ପ୍ରଶାସନପକ୍ଷରୁ ଯଦି କଡ଼ା ପଦକ୍ଷେପଗ୍ରହଣ କରାଯାଇଥାନ୍ତା, ତାହେଲେ ନିଶ୍ଚିତ ଭାବରେ ଏହାର ସୁପଳ ଜନସାଦାରଣ ପାଇପାରିଥାନ୍ତେ । ଆଇନ ଗୁଡ଼ିକ ଲାଗୁ କରାଯିବା ପରେ ଏଗୁଡ଼ିକର କାର୍ଯ୍ୟକାରିତା ପ୍ରତି ପ୍ରଶାସନସଚେତନତା ରହୁନଥିବାରୁ ସହରର ଅବସ୍ଥା ଯଥା ପୂବଂ ତଥା ପରଂ ନ୍ୟାୟରେ ଅଟକି ରହିଛି । ସରକାରଙ୍କ ସମସ୍ତ ନିୟମ କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାୁଛି ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ