ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଅତିରିକ୍ତ ତହସିଲଦାର

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ରବିବାର ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ତେଲନଟି ଆଦିବାସୀ ସାହିରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଗୋପିନାଥ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ୍ ଓ ମାକ୍ସ ବଣ୍ଟନ କରାଯାଇଥିଲା । ଏଥିରେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଯୋଗ ଦେଇ ଲୋକ ମାନଙ୍କୁ ସାବୁନ୍‌ରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିବା, ଅତି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିବା, କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯତ୍ନବାନ ହେବା, ବୟସ୍କ ଓ ଛୋଟ ପିଲା ମାନଙ୍କର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ସଂଯୋଜକ ପ୍ରଦୀପ ଜେନା ହାତ ଧୋଇବାର ପ୍ରଣାଳୀ ଶିଖାଇବା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉପସ୍ଥିତ ଲୋକ ମାନଙ୍କୁ ଶପଥ ପାଠ କରାଇଥିଲେ । ସଂସ୍ଥାର କର୍ମୀ ବରୁଣ ପେରେଇ, ଟି.ଅଜୟ କୁମାର, ରବିନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ