ସଚେତନତା ମାଧ୍ୟମରେ ଭୋଟ ଭିକ୍ଷା କରୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସିମିଳି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବିଜୟ କୁମାର ସେଠ କୋଭିଡ ଗାଇଡଲାଇନ ଅନୁଯାୟୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମ ପଞ୍ଚାୟତ ୧୮ଗୋଟି ଓ୍ବାର୍ଡକୁ ନେଇ ଗଠିତ । ଏହି ଗ୍ରାମପଞ୍ଚାୟତର ଅନସରା ଗ୍ରାମର ଯୁବ ସଂଗଠକ ତଥା ସମାଜସେବୀ ବିଜୟ କୁମାର ସେଠ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବର୍ତୀନ ହୋଇଛନ୍ତି । ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଯୁବ ସଂଗଠକ ଭାବେ ସିମିଳି ତଥା କୋଣାର୍କ ଅଂଚଳରେ ସୁପରିଚିତ। ସେ ଭୋଟର ମାନଙ୍କ ହୃଦୟକୁ ଜୟ କରିବା ପାଇଁ ଏହି ଗ୍ରାମପଞ୍ଚାୟତର ଅନସରା, ସିମିଳି, ନୂଆଗାଁ, ଶିରୀପୁର, କଣ୍ଟିଝାଡି ଓ ମାଟିଆପଡ଼ା ସମେତ ବିଭିନ୍ନ ଗ୍ରାମର ୧୮ଗୋଟି ଓ୍ବାର୍ଡରେ ଘରକୁ ଘର ବୁଲି ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଥିବା ବେଳେ କୋଭିଡ ୧୯ ସମ୍ପର୍କରେ ମଧ୍ୟ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଜନସାଧାରଣଙ୍କ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ଏହି ଗ୍ରାମପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀନୀ ମିନତୀ ସାହୁ ମଧ୍ୟ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।


