ସଚେତନ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା ସହ ମାସ୍କ,ସାବୁନ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ କରୋନା ମହାମାରୀରୁ ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଯିବା ସହିତ ମାସ୍କ ଓ ସାବୁନ ବଂଟନ କରାଯାଇଥିଛି । ଏଥିସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତର ଗୁଣୁପୁର ପାଟଣା ଗ୍ରାମର ଅଲେଖ ଦାସ ସୁଦୁର ପୁନେ ଠାରେ କରୋନା ଯୋଗୁଁ ଫସି ରହିଥିବାରୁ ତାଙ୍କ ଘରେ ଥିବା ପତ୍ନୀ ଅନୁସ୍ୱୟା ଦାସ ଓ ଧନୁଷ୍ଟଙ୍କାର ରୋଗରେ ପିଡିତ ତାଙ୍କ ଭଉଣୀ ଏବଂ ଦୁଇ ପୁଅ ଅତ୍ୟନ୍ତ ଦୁଃଖ, କଷ୍ଟ ଅସୁବିଧାରେ ଚଳୁଥିବାରୁ ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ସମ୍ପାଦକ ସୈାମ୍ୟରଞ୍ଜନ ବିଶ୍ୱାଳ, ଶିକ୍ଷକନେତା ପ୍ରଣବ କୁମାର ଜେନା, ଯୁବନେତା ସରୋଜକାନ୍ତ ସାହୁ, ସାବିର ଖାନ, ପରେଶ ଦାସ ପ୍ରମୁଖ ଗୁଣୁପୁର ପାଟଣା ଗ୍ରାମସ୍ଥିତ ଅଲେଖଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ୫ହଜାର ଟଙ୍କା ଆର୍ଥିକ ସହାୟତା ସମେତ ଏକମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।