ସଚେତନ ହୋଇ ସୁରକ୍ଷିତ ରହିଲେ ଏଡସ୍ ହଟିବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପ୍ରତିବର୍ଷ ଡିସେମ୍ବର ମାସର ୧ ତାରିଖ ଟିକୁ ବିଶ୍ୱଏଡସ୍ ଦିବସ ରୁପେ ସମଗ୍ର ଦେଶ ଓ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରିବା ସହ ସଚେତନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଅଧିକ ଏଡସ୍ ରୋଗି ରହିଥିବାବେଳେ ବୁଗୁଡ଼ାରେ ଆଜିସୁଦ୍ଧା ୬୧୦ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି କିନ୍ତୁ ଚଳିତ ବର୍ଷ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳାୟରେ ଆଜିସୁଦ୍ଧା ମୋଟ ୧୯୦୨ଜଣ ଚିହ୍ନଟ ହୋଇଥିବାବେଳେ ୨୯୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ୧୫୭ଜଣ ନୁଆଁ ରୋଗୀ ଚି଼ହ୍ନଟ ହୋଇଛନ୍ତି। ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହା କମିଥିବା କହିଛନ୍ତି ଉପଖଣ୍ଡ ଅଧିକାରୀ। ଯାହାକି ଏଡସ୍ ଭଳି ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ସଚେତନ ସଭା ଆୟୋଜନ କରି ସଚେତନ କରାଯାଉଛି। ଆଜିର ଯୁବ ଗୋଷ୍ଠୀ ସଚେତନ ହୋଇ ସୁରକ୍ଷିତ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲିମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାରେ ସ୍ଥାନୀୟ ନସିଂ କଲେଜର ଛାତ୍ରଛାତ୍ରୀ, ବିପଦର ବନ୍ଧୁ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଓ ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଗଣ ମିଳିତ ଭାବେ ସହରରେ ଶୋଭାଯାତ୍ରା ବାହାର କରି ଏଚ୍‍ଆଇଭି ଏଡ଼ସ ସମ୍ପର୍କରେ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ମେଡ଼ିକାଲ ପରିସରରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ ଏସଡ଼ିଏମ୍‍ଓ ଇନ୍‍ଚାର୍ଜ ଡ଼ାକ୍ତର ସୁରେଶ ଚନ୍ଦ୍ର ସାମନ୍ତ ଅଧ୍ୟକ୍ଷତା କରିଥିବାବେଳେ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିମଳ ଚରଣ ସ୍ୱାଇଁ ମୁଖ୍ୟବକ୍ତା ଓ ନସିଂ କଲେଜ ଅଧ୍ୟକ୍ଷା ସ୍ୱାଗତିକା ସାହୁ ଓ ଡ଼ାକ୍ତର ସୀମାଞ୍ଚଳ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶ୍ୱଏଡ଼ସ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେହିପରି ମହକ ସେବା ସମିତି ପକ୍ଷରୁ ଡ଼ୁମାକୁମ୍ପା ପଞ୍ଚାୟତ ଅନ୍ତର୍ଗତ ଖମାରେଡ଼ି ଗ୍ରାମରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତର ଆଶା, ଅଙ୍ଗନାବାଡ଼ି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମର ସ୍ୱେଚ୍ଛାସେବୀ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ୱେଚ୍ଛାସେବୀ ନବ କୁମାର ବିଷୋୟୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ