ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ପ୍ରସାଦ ଜେନାଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ପ୍ରେମଲତା ଗିରି, ବିପ୍ଲବୀ କବି ସୁରେନ୍ଦ୍ର ବେହେରା, ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଶରତ କୁମାର ରାଉତ, ଅଜୟ କୁମାର ପାତ୍ର, କାର୍ତ୍ତିକ ଚରଣ ନାୟକ, ମନୋଜ କୁମାର ଦାସ, ସାମ୍ବାଦିକ ଆଶିଷ ସେନାପତି, କବି ଅଶୋକ ସାହୁ, ତୃପ୍ତିମୟୀ ଜେନା, ବାସନ୍ତୀ ଦାସ ପ୍ରମୁଖ ଦୁଇ ମହାନ୍ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମ ଓ ସମାଜ ପ୍ରତିଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡିଶାର ବିଶିଷ୍ଠ ଦାରାବାଦକ ଗୋଲକ କୁମାର ସେଠୀ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ । ସଂସଦର ବାର୍ଷିକ ମୁଖପତ୍ର ଦିଗବଳୟରେ ଏକ ପୃଷ୍ଠା ଉତ୍ସର୍ଗ କରାଯିବାକୁ ସମ୍ପାଦକ ଶ୍ରୀ ଦାସ ବୈଠକରେ ଘୋଷଣା କରିଥିଲେ । ବାସ୍ତବିକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଦେହାନ୍ତ କେନ୍ଦ୍ରାପଡାର ନ୍ୟାୟିକ ବ୍ୟବସ୍ଥାରେ ଏକ ଯୁଗର ଅବସାନ ଘଟିଲାବୋଲି ବକ୍ତାମାନେ ମତପୋଷଣ କରିଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ତାଙ୍କ ଏକାଦଶାହ ଅବସରରେ ପ୍ରକାଶିତ ହେବ । ଏଥିରେ ଇଚ୍ଛୁକ ସଚ୍ଚିଦାନନ୍ଦ ପ୍ରେମୀମାନେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇଦିନ ମଧ୍ୟରେ ଲେଖା ପଠାଇବାକୁ ତାଙ୍କ ପରିବାରବର୍ଗ ନିବେଦନ କରିଛନ୍ତି । ଏକ କବିତା ପାଠୋତ୍ସବ କବି ସୁବାସ ଚନ୍ଦ୍ର ପାତ୍ର ଓ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ବୀରସ୍ୱତୀ ୟୁ.ଜି ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରତ୍ନମାଳୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଡି.ଏ.ଭି. ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଓ ନୋଟାରୀ ପବ୍ଲିକ ଆଇନଜୀବୀ ଅଞ୍ଜନା ମହାନ୍ତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ