ସଚ୍ଛ ସର୍ବେକ୍ଷଣରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଓଡିଶାରେ ପ୍ରଥମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସହରକୁ ସ୍ବଚ୍ଛ ସୁନ୍ଦର ପାଇଁ ହିଞ୍ଜିଳିକାଟୁ ପୌର ପରିଷଦ ସହ ଜନସାଧାରଣଙ୍କ ଉଦ୍ୟମକୁ ସଫଳତା ମିଳିଛି । ସଦ୍ୟ ପ୍ରକାଶ ପାଇଥିବା ସ୍ଵଚ୍ଛ ସର୍ବେକ୍ଷଣ ୨୦୨୧ର ସର୍ଭେ ରିପୋର୍ଟରେ ୨୫ହଜାର ଜନସଂଖ୍ୟାରୁ କମ ସହରାଞ୍ଚଳ ମଧ୍ୟରେ ଓଡ଼ିଶାରେ ପ୍ରଥମ ସ୍ଥାନ, ପୂର୍ବାଚଳ ରାଜ୍ୟ ମଧ୍ୟରେ ହିଞ୍ଜିଳିକାଟୁ ୯ମ ସ୍ଥାନ ଓ ସର୍ବ ଭାରତୀୟ ସ୍ତରରେ ଏହି କାଟୋଗାରୀରେ ୧୧୦ତମ ସ୍ଥାନ ହାସଲ କରିଛି । ଅନ୍ୟ ପକ୍ଷରେ ସର୍ଭେ ରିପୋର୍ଟରେ ସମସ୍ତ ସହର,ନଗର ଓ ମହାନଗର ପରି ସବୁ କାଟୋଗରୀରେ ସର୍ବ ଭାରତୀୟ ସ୍ତରରେ ହିଞ୍ଜିଳିକାଟୁ ସହରାଞ୍ଚଳର ସ୍ଥାନ ୪୦୪ ରହିଛି । ୩୪୧୪.୩୫ ସ୍କୋର ହାସଲ କରିଛି ହିଞ୍ଜିଳିକାଟୁ ସହରାଞ୍ଚଳ । ଏହି ଖବର ପ୍ରକାଶ ପରେ ସହରବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ଏ ନେଇ ସୋମବାର ନଗର ବିଜେଡ଼ି ସଭାପତି ଭିମସେନ ବେହେରାଙ୍କ ଅଧ୍ୟକ୍ଷତାରେ ବହୁ ଦଳୀୟ କର୍ମକର୍ତ୍ତା ପୈାର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବମ୍ବର୍ଦ୍ଧିତ କରିଥିଲେ । ପ୍ରତିକ୍ରିୟାରେ ନିର୍ବାହୀ ଅଧିକାରୀ ଡ଼ଃ ସାହୁ ଏହି ସମ୍ମାନ ସଫେଇ କର୍ମଚାରୀ, ପୈାର କର୍ମଚାରୀ ଓ ସହରବାସୀଙ୍କ ସଚେତନତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗଉଡ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୈାରାଞ୍ଚଳ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଜଟି ମହାରଣା, ନଗର ବିଜେଡ଼ି ମହିଳା ସଭାନେତ୍ରୀ ବୈଜୟନ୍ତିମାଳା ପଟ୍ଟନାୟକ, ପ୍ୟାରୀମୋହନ ପାଢି, ଦିଲିପ ବୈଠାରୁ, କିରଣ ପଟ୍ଟନାୟକ, ଯୁଧିଷ୍ଠିର ସ୍ବାଇଁ, ଯୁବ ବିଜେଡି ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ଗଉଡ, ସୁନିଲ ପଟ୍ଟନାୟକ, ଜିତୁ ସ୍ବାଇଁ, ଅଜୁ ଗଉଡଙ୍କ ସମେତ ବହୁ ଛାତ୍ର, ଯୁବ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ।


