ସଜନା ଗଛରୁ ନାଡି ତୋଳୁ ଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ

ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ପୂର୍ବାହ୍ନ ସମୟରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାର ଗଡିଆ ଉଦୟନଗର ଠାରେ ଜଣେ ବ୍ୟକ୍ତି ସଜନା ଗଛ ରୁ ନାଡି ତୋଳୁ ଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ବ୍ୟକ୍ତି ହେଲେ ଜଳେଶ୍ଵର ଥାନା ନାମକନା ଅଞ୍ଚଳର ସତ୍ୟରଞ୍ଜନ ଦାସ(୫୦)।ସତ୍ୟରଞ୍ଜନ ଉଦୟନଗର ଜୈନିକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଆସି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇ ଥିବା ଜଣାପଡିଛି। ଏ ସଂପର୍କରେ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ