ସଜାଗତା ଏକକାଳୀନ ଘଟଣା ନୁହେଁ ବରଂ ଏକ ଆଜୀବନ ପ୍ରତିବଦ୍ଧତା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୩ ର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ କହିଥିଲେ ଯେ, ଏକ ଉନ୍ନତ ସମାଜ ତଥା ଆମ ଜୀବନର ସମସ୍ତ କ୍ଷେତ୍ରରେ ଅଖଣ୍ଡତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଆଡକୁ ଆମର ଚାଲୁଥିବା ଯାତ୍ରାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ Iସଭାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି କହିଥିଲେ ଯେ ଆନ୍ତରିକତା, ଆତ୍ମ-ଉନ୍ନତି ଏବଂ ଶାସନର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଆମର କର୍ତ୍ତବ୍ୟର ସ୍ମାରକ ପାଇଁ ଏହା ଏକ ସମୟ । ଦୁର୍ନୀତି ନିବାରଣରେ ରାଜ୍ୟ ସରକାରଙ୍କ ‘୫-ଟି’ ନୀତି ଓ ‘ମୋ ସରକାର’ ର ଯଥେଷ୍ଟ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ ଶ୍ରୀ ଶିନ୍ଦେ । ମୁଖ୍ୟବକ୍ତା ଭାବେ ଡ଼. ଦେବାଶିଷ ପାତ୍ର, ପ୍ରଫେସର, ଏଫ.ଏମ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ I ସୋସିଆଲ ମିଡିଆ ସାହାଯ୍ୟରେ ଦୁର୍ନୀତି ମାମଲା ବର୍ତ୍ତମାନ ଜନସାଧାରଣଙ୍କ ଦୃଷ୍ଟିକୁ ଆସି ପାରୁଛି ଏବଂ ଏହାର ସଠିକ୍ ମୁକାବିଲା କରାଯାଇ ପାରୁଛି ବୋଲି ଡ଼ ପାତ୍ର ନିଜ ଅଭିଭାଷଣରେ କହିଥିଲେ Iଦୁର୍ନୀତି ନିବାରଣ ବିଭାଗ ଏସ୍.ପି.ଶ୍ରୀ ନରହରି ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ । ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାରେ ବରେଣ୍ୟ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ସାଧାରଣ ଜନତା ତଥା ଗଣମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୁର୍ନିତୀ ନିବାରଣ ବିଷୟ ଉପରେ ପର୍ଯ୍ୟବେସିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପ୍ରକାଶ ଥାଉ କି, ଗତ ଅକ୍ଟୋବର ୩୦ରୁ ଚଳିତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଂଶସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଯଥା ୱାକାଥନ୍, ମାରାଥନ୍ ଆଦି ଆୟୋଜିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ