ସଞ୍ଜୟ କୁମାର ଜେନା ହେଲେ ବିଜେଡିି ଲିଗାଲଫ୍ରଂଟର ଜିଲ୍ଲା କାର୍ଯ୍ୟକାରୀ ସଭାପତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ନବ ନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଜେନାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି ନିଯୁକ୍ତି ପାଇଁ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ରାଜ୍ୟ ବିଜେଡି ଲିଗାଲ ଫ୍ରଂଟର ସଭାପତି ମିଲନ କାନୁନଗୋ ଏବଂ ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ସଭାପତି ଭୀମସେନ ଭୂୟାଁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜେଡି ଲିଗାଲ ଫ୍ରଂଟର ସମ୍ପାଦକ ଭାବେ ରଞ୍ଜନ କୁମାର ପଣ୍ଡା, ଗୋବର୍ଦ୍ଧନ ରାଉତ, ଉପ ସଭାପତି ଭାବେ ବ୍ରଜ ସୁନ୍ଦର ରାଉତ, ଦିଲ୍ଲୀପ କୁମାର ପରିଡା, ହେମନ୍ତ କୁମାର ସାହୁ, ମନୋଜ ସାହୁ, ସୁଶିଲ କୁମାର ଦାସ, ଅଭିରାମ ବିଶ୍ୱାଳ ପ୍ରମୁଖଙ୍କୁ ନୂତନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ସେମାନଙ୍କୁ ଆଇନଜୀବୀ ରମାକାନ୍ତ ସ୍ୱାଇଁ, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, ସ୍ମୃତି ରଞ୍ଜନ ସିଂ, ସୁରେଶ ନାୟକ, ଇତିହାସ ଲେଙ୍କା, ଭୀମ ପ୍ରଧାନ, ଶିଶିର ମଲିକ, ଅରୁଣ ପ୍ରସାଦ ଦାସ, ଆଶୁତୋଷ ମହାନ୍ତି, ସେକ ଅଜିମୁଦ୍ଦିନ, ହରିପ୍ରସାଦ କର, ସରୋଜ କୁମାର ଜେନା, କୁଞ୍ଜବିହାରୀ ପରିଡା ପ୍ରମୁଖ ନୂତନ କାର୍ଯ୍ୟକାରୀ ସଭାପତି ଶ୍ରୀ ଜେନାଙ୍କୁ ଶୁଭେଛା ଜଣାଇବା ସହ ସ୍ୱାଗତ କରିଛନ୍ତି ।


