ସଟଡାଉନରେ ମାଟ୍ରିକ ମୂଲ୍ୟାୟନ ବନ୍ଦ
ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଥିଲା । ତେବେ ସଟଡାଉନ ଘୋଷିତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ । ତଦନୁଯାୟୀ ସଟଡାଉନ ଘୋଷିତ ୧୧ଟି ଜିଲ୍ଲାରେ ଆଜି ଖାତା ମୂଲ୍ୟାୟନ ହେଉନାହିଁ । ସଟଡାଉନ ପାଇଁ ରବିବାର ବି ୧୧ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ହେବ ନାହିଁ । ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଶନି ଓ ବରିବାର ଖାତା ମୂଲ୍ୟାୟନ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଯେ, ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି ।


