ସଟଡାଉନ ଘୋଷଣା କଲେ କଳବlଡ ସରପଞ୍ଚ

ଚିକିଟି ,(ଓ୍ୱାଇଏନ୍‌ଏସ୍‌): କଳବାଡ଼ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡବରଙ୍ଗା ଗ୍ରାମରେ ଜିଲ୍ଲା ପ୍ରଶାସନ ତରଫରୁ ଦୁଇ ଜଣ ବ୍ୟକ୍ତି ଙ୍କ କରୋନା ପଜଟିଭ ଚି଼ହ୍ନଟ ପରେ କଳବାଡ଼ ସରପଞ୍ଚ ଗୋଷ୍ଠୀ ସଂକ୍ରମନ ର ଆଶଙ୍କା କରି ଆସନ୍ତା କାଲି ଅର୍ଥାତ ତା୧୫/୬/୨୦୨୦ ସକାଳ ଛଅ ଘଣ୍ଟା ଠାରୁ ୨୨/୬/୨୦୨୦ସକାଳ ଛଅ ଘଣ୍ଟା ପର୍ଯ୍ୟନ୍ତ ସାତଦିନ ସଟଡାଉନ ରହିବ ବୋଲି ଏକ ପ୍ରେସ ମିଟ ଜରିଆରେ ଗ୍ରାମ ପଂଚାୟତ କାର୍ଯ୍ୟଳୟରେ ସରପଞ୍ଚ ଘୋଷଣା କରିଛନ୍ତି l ଏହି ପରିପ୍ରେକ୍ଷୀରେ ଗ୍ରାମ ପଥ ସିଲ, ସାନିଟl ଇଜ, କନଟାକଟ ଟ୍ରେସିଂ, ଥର୍ମାଲ ଟେଷ୍ଟ, ଲୋକଙ୍କ ଅତ୍ୟାବସକିୟ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି l ଏହି ଘୋଷଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସ. ପି, ଚିକିଟି ତହସିଲଦାର, ବି ଡ଼ି ଓ, ଚିକିଟି ମେଡିକାଲ ଇନଚାର୍ଜ, ଏସ ଡ଼ି ପି ଓ, କେ. ନୂଆଗାଁ ଥାନା ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ସରପଞ୍ଚ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଏବେ ସାତ ଦିନିଆ ସଟଡାଉନ କୁ ବଡବରଙ୍ଗl ଗ୍ରାମ ବାସୀଙ୍କୁ କଳବାଡ ସରପଞ୍ଚ ଶ୍ରୀମତୀ ସଂଜୁ ପ୍ରଧାନ ଅନୁରୋଧ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ