ସଟଡାଉନ ସମୟରେ ଗାଁକୁ ସଫା ଓ ନିର୍ମଳ ରଖିବାକୁ ଆଗେଇ ଆସିଲେ ଗ୍ରାମର ଯୁବକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ଥିବାବେଳେ ଘରୁ କେହି ପଦାକୁ ବାହାରୁନାହାନ୍ତି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁର କିଛି ଯୁବକ ଗାଁ ପରିବେଶକୁ ସଫା ଓ ନିର୍ମଳ ରଖିବାକୁ ଆଗେଇ ଆସିଛନ୍ତି। ସଟଡାଉନ ଯୋଗୁଁ କେହି କୁଆଡ଼େ ଯିବା ସମ୍ପୂର୍ଣ୍ଣ ମନା ଥିବାରୁ ଯୁବକମାନେ ନିଜ ନିଜ ଘର ପାଖରେ ରହି ସାମାଜିକ ଦୂରତା ରକ୍ଷା କରି ଗ୍ରାମକୁ ସଫା ସୁତୁରା କରିଛନ୍ତି। ବ୍ରାହ୍ମଣୀଗାଁ ସ୍ଥିତ ବଡ଼ ସାହିରୁ ୟୁପି ସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ଅନାବଶ୍ୟକ ଗଛ, ଲଟା, ବୁଦା ସୃଷ୍ଟି ହୋଇଛି। ଫଳରେ ମଶା, ମାଛି, ସାପ ଏବଂ ବିଷାକ୍ତ ସରୀସୃପ ଆଦିର ଭୟ ରହୁଛି।ବ୍ରାହ୍ମଣୀଗାଁର କିଛି ଯୁବକ ସ୍ୱେଚ୍ଛାକୃତ ଭାବେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ବର ଲଟାବୁଦା ହାଣି ସଫା କରୁଥିବା ଦେଖିବାକୁ ମିଳିଛି। ଏହି ସଫେଇ କାର୍ଯ୍ୟ ପାଇଁ ସ୍ଥାନୀୟ ସୁରକ୍ଷାକର୍ମୀ ଯବାନମାନେ ସଫେଇରେ ବ୍ୟବହୃତ ହେଉଥିବା କଟିଂବ୍ଲେଡ୍ ଦେଇ ଯୁବକମାନଙ୍କ ମନବଳ ମଧ୍ୟ ବୃଦ୍ଧି କରିଥିଲେ। ସଫେଇ କାର୍ଯ୍ୟରେ ରାଜା ନାୟକ, ସାଜନ ବଲ୍ୟାର ସିଂ, ବାବର ନାୟକ, କିଶୋର ନାୟକ, ସୁଭେନ୍ଦୁ ବଲ୍ୟାର ସିଂ, ଜଗା ସେଠୀ, ସନଜ ନାୟକ ଓ ଅରୁଣ ନାୟକ ସମେତ ଅନ୍ୟ ଯୁବକମାନେ ସାମିଲ ଥିଲେ। ଯୁବକମାନଙ୍କ ଏଭଳି ସାଧୁ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ