ସଟ୍‌ଡ଼ାଉନର ୨ୟ ଦିବସ ନିୟମ ମାନିଲେ ହିଞ୍ଜିଳିବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ହାତକୁ ନିଆଯାଇଛି । ଜୁନ ମାସରେ ପ୍ରତି ସପ୍ତାହରେ ଶେଷ ଦୁଇ ଦିନ ଶନିବାର ଓ ରବିବାରକୁ ସଡଟ୍‌ଡ଼ାଉନ ଘୋଷଣା କରାଯାଇଛି । ସେହିକ୍ରମରେ ପ୍ରଥମ ଦିବସ ସ୍ଥାନୀୟ ସହରରେ ଏହାର ପ୍ରାବ ଜୋରଦାର ଦେଖିବାକୁ ମିଳିଥିବା ବେଳେ ଅନୁରୁପ ଭାବେ ୨ୟ ଦିବସ ରବିବାର ମଧ୍ୟ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ରହିଥିବା ଦେଖିବାକୁ ମିଳିଥିଲା । ସମସ୍ତ ଦୋକାନ ବଜାର, ମାର୍କେଟ କମ୍ପେ୍ଳକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଧ ରହିଥିବାର ଦେଖିବାକୁ ମିଳିଥିଲା । ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବର୍ଗର ଲୋକେ ଘର ଭିତରେ ରହିଥିଲେ । ସଟ୍‌ଡ଼ାଉନର ୨ୟ ଦିବସ ରବିବାର ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳ ଗୁଡ଼ିକର ରାସ୍ତାଘାଟ ଶୁନଶାନ ହୋଇ ପଡ଼ିଥିଲା । ସହରର ବ୍ୟବସାୟିକ କେନ୍ଦ୍ରସ୍ଥଳ ଲକ୍ଷ୍ମୀ ବଜାର ଓ ପରିବା ମାର୍କେଟ ସହ ଅନ୍ୟାନ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଏପରିକି ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳର କୌଣସି ଗଳିକନ୍ଦିରେ ବି ଦୋକାନ ଖୋଲିନଥିଲା । ତେବେ ଏଥିପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରବିବାର ସକାଳୁ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ସାଇରନ ମାରି ସହରବାସୀଙ୍କୁ ସଚେତନ କରିଥିଲା । ଫଳରେ ଲୋକମାନେ ଘରୁ ବାହରକୁ ବାହାରିବାକୁ ଇଛା ପ୍ରକାଶ କରିନଥିଲେ । ପୂର୍ବରୁ ଯେତେବେଳେ ବି ଲକଡ଼ାଉନ କିମ୍ବା ସଟ୍‌ଡ଼ାଉନ ଘୋଷଣା କରାଯାଇଛି ସେତେବେଳେ ଦିନର କିଛି ସମୟ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀର ଦୋକାନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଅନଲକ୍‌-୧ ସଟ୍‌ଡ଼ାଉନରେ ତାହା ଦେଖିବାକୁ ମିଳିନଥିଲା । ରବିବାର ସଟ୍‌ଡ଼ାଉନ ସମୟରେ କିଛି ଘରୋଇ କ୍ଳିନିକ୍‌, ଡ଼ାକ୍ତରଖାନା, ପେଟ୍ରୋଲ ପମ୍ପ ଭଳି କେତେକ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ସେହିକ୍ରମରେ ଲୋକମାନେ ଘରୁ ବାହାରକୁ ବାହାରିଥିଲେ ମଧ୍ୟ ତାହା ଅତି ନଗଣ୍ୟ ଥିଲା । ତେବେ ଘରୁ ବାହରକୁ ବାହାରୁଥିବା ଲୋକଙ୍କୁ ପୂର୍ବଭଳି ପୁଲିସ ରାସ୍ତାରେ ଅଟକାଇ ଗାଡ଼ିର କାଗଜପତ୍ର ଯାଂଚ କରିବା ସହ କାରଣ ପଚାରି ବୁଝିଥିଲା । ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଠାରୁ ୫ଶହ ଟଙ୍କା ଲୋଖାଏଁ ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ କରାଯାଇ ସହରର ବିିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଥିବାର ଦେଖିବାକୁ ମିଳିଥିଲା । ଥାନା ଏସଆଇ ମମତା ସମାନ୍ତ, ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ଜ୍ଞାନରଞ୍ଜନ ମିଶ୍ର, ରାଘବ ପ୍ରଧାନ, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେର. ସୁରଥ ଭୁୟାଁ ଓ ପୁଲିସ ଫୋର୍ସ ମୃତୟନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ