ସଟ୍ ଡାଉନ୍ ରେ ବେଧଡ଼କ ଚାଲିଛି ବେପାର

କୋଦଳା, (ଗୁଲସନ କୁମାର କର):ଗଂଜାମ ଜିଲ୍ଲା ସମେତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ସଟ୍ ଡାଉନ୍ କରାଯାଇଛି ।ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସଚେତନତା କରାଯିବା ସହ ଦୋକାନ ବଜାର ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ରହିଛି। ତେବେ କିଛି ସ୍ଥାନରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠ ସରସିଂ ମୁଖ୍ୟ ରାସ୍ତା ଉପରେ ରବିବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ଏଠାରେ ଖୋଲାଖୋଲି ମାଛ ମାଂସ ବଜାର ଖୋଲା ରହିଥିଲା ଏବଂ ଏଥିପାଇଁ ଜନଗହଳି ମଧ୍ୟ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା କୋଦଳା ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ମଠ ସରସିଂ ଠାରେ ଅଧିକାଂଶ ସମୟରେ ଜନଗହଳି ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ଏଠି ପାଳନ ହେଉନାହିଁ। ଲୋକେ ମାକ୍ସ ନ ପିନ୍ଧି ଏଣେତେଣେ ବୁଲୁଥିବା ଏବଂ ସାମାଜିକ ଦୂରତାକୁ ବଜାୟ ରଖୁନଥିବା ପରିଲକ୍ଷିତ ହେଉଛି। ସଟ୍ ଡାଉନ୍ ବେଳେ ଏଭଳି ଚିତ୍ର ଏବେ ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରିଛି। ବାରମ୍ବାର ଏଠାରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ