ସଟ୍ ସର୍କିଟୁ କାରଣରୁ ବ୍ୟାଙ୍କ କର୍ମଚାରୀ ମୃତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌):ବ୍ରହ୍ମପୁର ସହରର ଲୋଚପଡା ସମବାୟ ସମିତି ବ୍ୟାଙ୍କର ସଂପାଦକ ଜଗନ୍ନାଥ ପାତ ବ୍ୟାଙ୍କରେ କାମ କରୁଥିବା ସମୟରେ ହଠାତ ସଟ୍ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ମଧ୍ୟାହ୍ନରେ ସମସ୍ତ କର୍ମଚାରୀ ଭୋଜନ କରିବାକୁ ଯାଇଥିବା ବେଳେ ଏକାକୀ ବ୍ୟାଙ୍କର ସଂପାଦକ ଜଗନ୍ନାଥ ପାତ୍ର କମ୍ପୁଟରରେ କାମ କରୁୁଥିବା ସମୟରେ ହଠାତ୍ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ଫଳରେ କମ୍ପୁଟର ଜଳିବା ସହ ଜଗନ୍ନାଥ ମଧ୍ୟ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା । ଫଳରେ ସମବାୟ ବ୍ୟାଙ୍କରେ କେହି ନଥିବାରୁ ବ୍ୟାଙ୍କରେ କର୍ମଚାରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିି ନିଆଁକୁ ଆୟତ୍ତ କରିଥିବା ବେଳେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ