ସଟ୍ ସର୍କିଟ୍ ରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମୀଭୂତ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ପୌରପାଳିକାର ସୁପର ମାର୍କେଟରେ ସଟସର୍କିଟ ହେତୁ ଏକ କ୍ଲିନିକ ଏବଂ ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି । ସୂଚନାନୁଯାୟୀ ବୁଧବାର ବିଳମ୍ବିତ ରାତିରେ ସୁପର ମାର୍କେଟଠାରେ ଥିବା ଡାକ୍ତର ପଲ୍ଲବ ଗୁଜଂନ ଶତପଥୀ ଙ୍କ କ୍ଲିନିକ୍ ରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ନିକଟସ୍ଥ ଔଷଧ ଦୋକାନକୁ ବ୍ୟାପିଯିବାରୁ ଦୋକାନରେ ବହୁ ଔଷଧ ପୋଡି ପାଉଁସ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହନଚି ନିଆଁକୁ ଆୟତ କରିଥିଲା । ଟାଟାଷ୍ଟିଲ ଅଗ୍ନିଶମ ବିଭାଗର ତତ୍ପରତା ହେତୁ ଏକ ବଡଧରଣର ଅଗ୍ନିକାଣ୍ଡରୁ ସମ୍ପୂର୍ଣ୍ଣ ସୁପର ମାର୍କେଟ ବର୍ତିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ