ସଠିକ ହିତାଧିକାରୀ ଚୟନ ପାଇଁ ପରାମର୍ଶ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ ହିତାଧିକାରୀ ଚୟନ ପାଇଁ ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚିତ ପ୍ରତିନିଧି ଓ ପଞ୍ଚାୟତ ସ୍ତରୀୟ ନେତୃତ୍ୱଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇଥିଲେ। ହିତାଧିକାରୀ ଚୟନରେ ଉପୁଜୁଥିବା ସମସ୍ୟା ଓ ଏହାର ଆଶୁ ସମାଧାନ ପାଇଁ ଶ୍ରୀ ସାମଲ ବୈଠକରେ ପରାମର୍ଶ ଦେଇଥିଲେ। ବିଶେଷ କରି ପୁନର୍ବାର ସଠିକ ହିତାଧିକାରୀ ଚୟନ ସକାଶେ କ୍ଷତ୍ରିୟ ଅନୁଧ୍ୟାନ କରିବାକୁ ବିଧାୟକଙ୍କ ପ୍ରତିନିଧି କହିଥିଲେ। ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବିଡ଼ିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ