ସଡକ ଦୁର୍ଘଟଣାରେ ଦୁଇ ଗୁରୁତର   

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ହରିପୁର ଗ୍ରାମ କାଜୁ ଫେକ୍ଟ୍ରି ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଥିବାର ଜଣାପଡିଛି | ଘଟଣାରୁ ପ୍ରକାଶ ଯେ, ରାଜ୍ୟରାଜପଥ-୪ ଅନ୍ତର୍ଗତ ହରିପୁର ଗ୍ରାମସ୍ଥ କାଜୁ ଫେକ୍ଟ୍ରି ନିକଟରେ ଓଡି୨୦ ୬୦୬୦ ନମ୍ବର ବିଶିଷ୍ଟ କାର ଓଭରଟେକ କରିବା ସମୟରେ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଫଳରେ ପେଦାମାଡି ଗ୍ରାମର ଦଗଦୀଶ ସୌରା ଓ କୃଷ୍ଣ ସୌରା ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇ ପଡିଥିଲେ | ସେମାନଙ୍କୁ ତୁରନ୍ତ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି | ଘଟଣା ସମ୍ପର୍କରେ ଖବର ପାଇ କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସଦଳେବଳେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ କାଶୀନଗର ଥାନାରେ ୮୨/୨୨ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ