ସଡକ ଦୁର୍ଘଟଣାରେ ବିଜେପି ନେତା ଆହାତ
ଛତ୍ରପୁର : ଛତ୍ରପୁର ବ୍ୟାଙ୍କ କଲୋନୀ ଆପାର୍ଟମେଣ୍ଟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ସଡକ ଦୁର୍ଘଟଣାରେ ବିଜେପି ନେତା ଉତମ ପାଣିଗ୍ରାହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେ ଗତକାଲି ବିଳମ୍ବିତ ରାତିରେ ଓଡି୩୩କିୟୁ୍୍ୟ -୯୦୦୯ ନମ୍ବର କାରରେ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରୁ ଫେରୁଥିବା ବେଳେ ଛତ୍ରପୁର ନିକଟ ଜାତୀୟ ରାଜପଥ ଠାରେ ଏକ ଟ୍ରକ ସହିତ ପଛପଟୁ ଧକ୍କା ହୋଇଥିଲା । ଫଳରେ ବିଜେପି ନେତା ଉତ୍ତମ ଏବଂ କାର ଚାଳକ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ବିଜେପି ନେତା ଉତମ ପାଣିଗ୍ରାହୀ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିଜେପିରୁ ବିଧାୟକ ପ୍ରାର୍ଥୀ ଆଶାୟୀ ଥିଲେ । ତାଙ୍କୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ । ଏହାପରେ ବିଳମ୍ବିତ ରାତିରେ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି ।