ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଏନଏସିର ୩ ନଂ ୱାର୍ଡ଼ ରାଣୀପଡାର ସନ୍ତୋଷ କୁମାର ସାହୁ (୨୧) ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସେପ୍ଟେମ୍ବର ୨୧ ତାରିଖ ଦିନ ମୃତକଙ୍କ ପରିବାର ନିକଟକୁ ଯାଇ ସମ୍ଵବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀଙ୍କ ସହ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, କାଉନସିଲର ଲକ୍ଷ୍ମଣ ପରିଡା, ମୋଚିରାମ ସାହୁ, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ରଞ୍ଜିତ ସାହୁ, ପୂର୍ବତନ ଏନଏସି ଅଧ୍ୟକ୍ଷା କୁମୁଦିନୀ ସାହୁ, ଗୋପାଳ କୃଷ୍ଣ ସାହୁ, ରୀଙ୍କୁ ସାହୁ ପ୍ରମୁଖଙ୍କ ମୃତକଙ୍କ ପରିବାର ନିକଟକୁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ