ସଡକ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବଡଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ ହୋଇଛି ।ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ବାଦାମପାହାଡ ଥାନା ଅନ୍ତର୍ଗତ ଟିମଟିମା ଗ୍ରାମର ସ୍ବର୍ଗତ ରାମସାହି ବିନ୍ଧାଣିଙ୍କ ପୁଅ ଭୈରବ ବିନ୍ଧାଣି (୩୮) ଆଜି ଗୋରୁମହିଷାଣି ଶଶୁର ଘରକୁ ନିଜ ବାଇକ (ଓଡି୧୧ଏମ୩୦୮୩)ରେ ଯାଉଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଏକ ଦୁର୍ଘଟଣା ମାମଲା ମାମଲା କେଶ ନଂ ୧୭୬/୨୧ ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ