ସଡକ ଦୁର୍ଘଟଣାରେ ଯୁବକ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ନେଉଳିଆ ଠାରେ ଆଜି ଏକ ସଡକ ଦୁର୍ଘଟଣା ଘଟିବାରୁ ଜଣେ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି । ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମର ରାଜୀବ ରାଉତ ନିଜ କର୍ମକ୍ଷେତ୍ର ଯାଜପୁରରୋଡରୁ କାମସାରି ଘରକୁ ଫେରୁଥିଲେ । ନେଉଳିଆ ଠାରେ ଏକ ଟ୍ରକ ଦୃତଗତିରେ ଆସି ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଗାଡିରୁ ଛିଟିକି ପଡି ରାଜୀବ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇ ରାଜୀବଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ଥ ମୋଟରସାଇକେଲଟିକୁ ଜବତ କରିଥିବାବେଳେ ଟ୍ରକଟିକୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି ।