ସଡକ ଦୁର୍ଘଟଣାରେ ଯୁବକ ଗୁରୁତର 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ନିକଟ ତାମ୍ପରା ଛକ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ମେଡକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହାତ ଯୁବକ ଜଣକହେଲେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତେଲାପଲ୍ଲୀ ଗ୍ରାମର କେ.ସୁବାସ ଚନ୍ଦ୍ର ରେଡ୍ଡୀ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ ସୁବାସ ଏକ ବାଇକ ଯୋଗେ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ କୈାଣସି ଗାଡି ତାଙ୍କ ବାଇକକୁ ଧକ୍କା ଦେଇଥିବାରୁ ଯାହାଫଳରେ ସେ ଭାରସାମ୍ୟ ହରାଇ ତାମ୍ପରା ନିକଟ ଜାତୀୟ ରାଜପଥ ରେ ଗୁରୁତର ହୋଇ ଅଚେତ ଅବସ୍ଥା ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ଫାୟାର ଗାଡି ଦ୍ୱାରା ସେଠାରୁ ଗୁରୁତର ଅବସ୍ଥାରୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲ। । ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲ। ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ