ସଡକ ଦୁର୍ଘଟଣାରେ ହେଲପର ମୃତ
ରାୟଗଡା ଜିଲ୍ଳା କାଶୀପୁର ଥାନା ଅନ୍ତର୍ଗତ ବନ୍ଦମାଣ୍ଡି ଗ୍ରାମ ନିକଟରେ ଏକ ଭ୍ୟାନ ଗଛରେ ପିଟିହୋଇ ହେଲପରଙ୍କ ମୃତ ହୋଇଛି । ମୃତକ ଜଣକଙ୍କ ପରିଚୟ ସଚିନ ନାୟକ (୧୮ ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗାଡି ନଂ ଓଆର ୧୮ ଏ ୭୭୪୮ ) କାଶୀପୁର ଅଭିମୁଖେ ଫେରୁଥିବା ବେଳେ ବନ୍ଦମାଣ୍ଡି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଗଛରେ ବାଡୋଇ ହୋଇଯାଇଥିଲା । ଏହି ଦୂର୍ଘଟଣାରେ ହେଲପର ସଚିନ ମୃତ ବରଣ କରିଥିବା ବେଳେ ଡ୍ରାଇଭର ଆହାତ ହୋଇଛନ୍ତି । କାଶୀପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରୀ ରଖିଛି ।