ସଡକ ଦୁର୍ଘଟଣାରେ ୧ ମୃତ୍ୟୁ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଳା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ଭୋର ସମୟରେ ଉକ୍ତ ରାସ୍ତାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ନିମାନ୍ତେ ମେଡିକାଲକୁ ପଠାଇବା ସହ ଏକ ଦୁର୍ଘଟଣା ମାମଲା ନଂ ୧୬୦/୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ମୁଣ୍ଡଟି ଚାପି ହୋଇଯାଇଥିବାରୁ , ଏହି ମୃତଦେହର ପରିଚୟ ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ