ସଡକ ଦୁର୍ଘଟଣାରେ ୧ ମୃତ ୧ ଆହାତ

ଦିଗପହଣ୍ଡି: ଦିଗପହଣ୍ଡି କନ୍ୟାକୁମାରୀ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସଡକ ଦୂର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି । ମୃତକ ଜଣକ ପରିଚୟ ଓଡାସିଙ୍ଗ ଗ୍ରାମର ଦିବାନ ରେଡ୍ଡି (୨୫) ବୋଲି ଜଣାପଡିଛି । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରଥମେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବଡ ମେଡିକାଲରେ ଦିବାନାଙ୍କ ମୃତ୍ୟୁ ହୋଇଥିବା ବେଳେ ଧର୍ମେନ୍ଦ୍ର ଗୁରୁତର ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ