ସଡକ ଦୁର୍ଘଟଣାର ଜଣେ ମୃତ ୧ ଗୁରୁତର

ପାରାଦ୍ୱୀପ,(ଯୁଗାବ୍ଦ ନ୍ୟୁଜ୍‌):ପାରାଦ୍ୱୀପ ଓ କଟକ ରାଜପଥ ତଥା କୁଜଙ୍ଗ ବ୍ଲକ ରାହାମା ନିକଟ ତେରମାଣପୁର ଠାରେ ମୋଟର ସାଇକେଲ ସ୍କଂପିଓ ମୁହିଁମୁହିଁ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣଙ୍କ ପରିଚୟ କୁଜଙ୍ଗ ବ୍ଲକ ପୋତାନଇ ପଂଚାୟତ ଚନ୍ଦାପାଟ ଗ୍ରାମର ଜିତେନ୍ଦ୍ର ନାୟକ (୨୦) ବୋଲି ଜଣାପଡିଛି । ଆହାତ ରାଜେଶ ପରିଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ କଟକ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରୁ ଦୂର୍ଘଟଣା ଘଟାଇ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ