ସଡକ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା କାର, ଜଣେ ମୃତ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ଜିଲା ଭଣ୍ଡାରିପୋଖରୀ ଥାନା ଅଧିନ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ହରପାର୍ବତୀ ମନ୍ଦିର ନିକଟରେ ଶନିବାର ଦିନ ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଏକ ଅଟୋକୁ ହୁଣ୍ଡାଇ କାର୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଯେ, ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କୃଷ୍ଣପୁର ଗ୍ରାମର ବୈକୁଣ୍ଠନାଥ ବେହେରା, ରତ୍ନାକର ବେହେରା ଓ ଚାଳକ ଦୀପକ ମଲ୍ଲିକ ଓଡି-୦୨-ଏଡି-୫୮୦୦ ନମ୍ବର ବିଶିଷ୍ଟ ହୁଣ୍ଡାଇ କାର ଯୋଗେ କଟକ ଯାଉଥିଲେ । ଅପରପାଶ୍ୱର୍ରୁ ଯାଜପୁର ସଦରଥାନା ଅଧିନ ହରିପୁର ନିକଟସ୍ଥ ମହିଷପୁର ଗ୍ରାମର ମାଗୁଣି ଦାସ(୪୫) ନିଜ ଓଆର-୦୨-ଏୱାଇ-୭୮୪୬ ଅଟୋରେ ଶ୍ରୀରାଜ ନାମ ଜଣେ ବ୍ୟକ୍ତିକୁ ନେଇ ଭଦ୍ରକ ଅଭିମୁଖେ ଆସୁଥିଲେ । କୈାଣସି କାରଣରୁ କାରଟି ଅଟୋକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଚାଳକ ମାଗୁଣିଙ୍କର ମୃତ୍ୟୁ ଘଟିଥିଲା । ଅଟୋରେ ଯାଉଥିବା ଶ୍ରୀରାଜ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତକର ଭାଇ ନିଧିଆ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପ୍ରକାଶ ଥାଉକି, ବୈତରଣୀ ନଦୀ ଉପରେ ନିର୍ମାଣଧୀନ ଏକ ସେତୁ ଅନେକ ଦିନ ହେବ ଅଚଳାବସ୍ଥା ହୋଇ ପଡିଛି । ଏପରିସ୍ଥଳେ ଗୋଟିଏ ପାଶ୍ୱର୍ରେ ଯାନବାହନ ଯାତାୟତ କରୁଥିବାରୁ ଆଖୁଆପଦାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।